ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଅବିଶ୍ରାନ୍ତ ବର୍ଷାରେ ଯାଜପୁର ଜିଲ୍ଲାବାସୀ ନୟାନ୍ତ ହୋଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆଜି ବର୍ଷାରେ ଜିଲ୍ଲାର ଅନ୍ୟତମ ପ୍ରମୁଖ ବଜାର ପାଣିକୋଇଲି ବଜାରରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗିଛି । କିଛି ସମୟ ପାଇଁ ବର୍ଷା ପାଣି ବନ୍ୟାର ଭ୍ରମ ସୃଷ୍ଟି କରିଛି । ବଜାରର ବହୁ ତଳୁଆ ଅଞ୍ଚଳରେ ଥିବା ଦୋକାନ ଓ ବାସଗୃହରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷା କମିଥିଲେ ମଧ୍ୟ ଆଗାମି ୪୮ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଛି ।
