ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜୁ ଜନତା ଦଳ ପ୍ରତି ନୂଆପଡ଼ା ମାଟିର ଅସୀମ ସ୍ନେହ, ଲୋକମାନଙ୍କ ଆଶୀର୍ବାଦ ଓ ଅଖଣ୍ଡ ଆସ୍ଥା ସବୁ ସମୟରେ ରହିଛି । ବିଗତ ଦିନରେ ନୂଆପଡାବାସୀ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଲଗାତାର ତିନିଥର ବିଜୟୀ କରିଥିଲେ । ନୂଆପଡାବାସୀଙ୍କ ମତକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ୱର୍ଗତ ଢୋଲକିଆଙ୍କୁ ମନ୍ତ୍ରୀ କରିବା ସହିତ ନୂଆପଡ଼ାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ସ୍ୱର୍ଗତ ଢୋଲକିଆଙ୍କ ପରେ ବିଜୁ ଜନତା ଦଳ ଚଳିତ ଉପ ନିର୍ବାଚନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ଶ୍ରୀମତୀ ଛୁରିଆ ଜଣେ ଅଗ୍ରଣୀ ମହିଳା ନେତ୍ରୀ । ରାଜନୀତିରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ନୂଆପଡାବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିବା ମୁଁ ଅନୁଭବ କରିଛି ।
ଆସନ୍ତୁ ସମସ୍ତେ ଏକ ହୋଇ, ନୂଆପଡ଼ାର ଗୌରବ, ସ୍ୱାଭିମାନ ଓ ଉନ୍ନତିକୁ ବଜାଇ ରଖିବା ପାଇଁ ଶଙ୍ଖ ଚିହ୍ନରେ ମୋହର ଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ବୋଲି ଏକ କର୍ମୀ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ।




















