ଓଡ଼ିଶା ଲିଡ୍ସ (ବ୍ୟୁରୋ): କଳିଙ୍ଗନଗରବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ କଳିଙ୍ଗ ନଗରରୁ ରାଉରକେଲାକୁ ସ୍ଥାନାନ୍ତରିତ କରିବା ନିର୍ଦ୍ଦେଶକୁ ସ୍ଥଗିତ ରଖିଥିବାରୁ ମାନ୍ୟବର କେନ୍ଦ୍ର ଇସ୍ପାତ ଏବଂ ଭାରିଶିଳ୍ପ ମନ୍ତ୍ରୀ ଏଚ.ଡି.କୁମାର ସ୍ଵାମୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଏହି ଜାତୀୟ ପ୍ରତିଷ୍ଠାନଟି ବର୍ତ୍ତମାନ ଜେ.ସି.ଡି.ଏଲ ଦ୍ଵାରା ଦିଆଯାଇଥିବା ଏକ ଅସ୍ଥାୟୀ ଗୃହରେ ଚାଲୁଥିବାରୁ କଳିଙ୍ଗନଗର ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ଓ ଭିତ୍ତିଭୂମି ନିର୍ମାଣ ଏବଂ ବାଲିଅନ୍ତାରେ ସିଟି ଅଫିସ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବାକୁ ଡଃ. ଘଡାଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
