orissaleads

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

Blog Post

orissaleads > ରାଜ୍ୟ > ବିଜୁ, ବିଜେଡି ଓ ବିଜେପି..ଜନ୍ମ ଜୟନ୍ତୀରେ ଚର୍ଚ୍ଚାର ଶୀର୍ଷରେ ଝଡ଼ର ଇଗଲ

ବିଜୁ, ବିଜେଡି ଓ ବିଜେପି..ଜନ୍ମ ଜୟନ୍ତୀରେ ଚର୍ଚ୍ଚାର ଶୀର୍ଷରେ ଝଡ଼ର ଇଗଲ

ଓଡିଶା ଲିଡ୍ସ(ବ୍ୟୁରୋ):ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ, ଜନ ନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ବିଜୟାନନ୍ଦ ପଟ୍ଟନାୟକ କହିଲେ ଯେତିକି ଲୋକ ଚିହ୍ନିବେ ନାହିଁ ବିଜୁ ପଟ୍ଟନାୟକ କହିଲେ ଆଉ ପରିଚୟର ବ୍ୟାକ୍ଷାର ଆଵଶ୍ୟକତା ନାହିଁ । ସେ କେବଳ ରାଜ୍ୟର ନେତା ନଥିଲେ, ସେ ଥିଲେ ଜନ ନାୟକ । ସାରା ଦେଶ ତାଙ୍କୁ ତାଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ପାଇଁ ଜାଣିଥିଲା । ମହାନ ଦେଶ ଭକ୍ତ ହୁଅନ୍ତୁ ଅବା ପ୍ରଶାସକ ସେ ସବୁଠାରୁ ଥିଲେ ଉଚ୍ଚରେ । ଯାହାଙ୍କର ଉଚ୍ଚତା ମାପିବା ଥିଲା କାଠିକର ପାଠ । ପ୍ରକୃତରେ ସେ ଥିଲେ ଟଲ ମ୍ୟାନ ବିଜୁ ବାବୁ । ଯାହାଙ୍କ ନାମ ଉଚ୍ଚାରଣ କୋଟି କୋଟି ଓଡ଼ିଆଙ୍କ ଦେହରେ ଶିହରଣ ସୃଷ୍ଟି କରୁଥିଲା ଓ ଆଜିବି କରୁଛି । ତାଙ୍କ ନାମରେ ପ୍ରତିଷ୍ଠା ହୋଇଥିବା ଦଳ ଦୀର୍ଘ ବର୍ଷ ରାଜ୍ୟ ଶାସନ ଡୋର ଧରିଛି । ବିଜୁ ବାବୁଙ୍କୁ ନେଇ ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଆଲୋଚିତ ଓ ଅନାଲୋଚିତ କଥା ବାହାରକୁ ଆସେ । ଆଉ ଏହା ଏବେ ବି ରାଜ୍ୟବାସୀଙ୍କ ମନରେ ରୋମାଞ୍ଚ ଭରି ଦିଏ । ଆଜି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଦିବସ ହୋଇଥିଲା ବେଳେ ଆଜକୁ ଦୁଇଦିନ ତଳୁ ପୁଣି ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛନ୍ତି ପ୍ରବାଦ ପୁରୁଷ ବିଜୁ ବାବୁ । ବିଜେଡି ସରକାର ସମୟରୁ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳିତ କରାଯାଉଛି । ସାରା ଦେଶରେ ପଞ୍ଚାୟତ ରାଜ ଵ୍ୟଵସ୍ଥାକୁ ବିକଶିତ କରିବାରେ ବିଜୁ ବାବୁଙ୍କର ଅବଦାନକୁ କେହି ଅଣଦେଖା କରି ପାରିବେ ନାହିଁ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଵ୍ୟଵସ୍ଥାକୁ ଲାଗୁ କରିବା ଓ ମହିଳା ମାନଙ୍କୁ ଗୁରୁତ୍ୱ ଦେବା ବିଜୁ ବାବୁଙ୍କ ଅବଦାନ । ତାଙ୍କ ଅବଦାନକୁ ଦୃଷ୍ଟି ଦେଇ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳିତ କରାଯାଏ । ଏହି ଦିନକୁ ସରକାର ଛୁଟି ଘୋଷଣା ମଧ୍ୟ କରନ୍ତି । ହେଲେ ରାଜ୍ୟ ଶାସନ ଡୋରି ଧରିଥିବା ବିଜେପି ଦୁଇଦିନ ତଳୁ ଛୁଟି ବାତିଲ କରିବା ସହିତ ପଞ୍ଚାୟତ ରାଜ ଦିବସର ତାରିଖକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହା ପଛରେ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇ ପଡୁଛି । କାରଣ ଆଜି ବି ରାଜ୍ୟରେ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତିଳେ ମାତ୍ର କମି ନାହିଁ । ଆଜିବି ଜନ ମାନସରେ ବିଜୁ ବାବୁଙ୍କ ସ୍ମୃତି ବଞ୍ଚି ରହିଛି । ଦଳୀୟ ଚିନ୍ତା ଧାରା ଓ ଭାବନାକୁ ବାଦ ଦେଲେ ସାଧାରଣ ଲୋକଟିଏ ବି ସରକାରଙ୍କ ଏହି ନିଷ୍ପତିକୁ ଗ୍ରହଣ କରି ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ବିଜେପି ଦଳର ଚିନ୍ତାଧାରାକୁ କାର୍ଯ୍ୟକାରୀ କରି ପାରେ; ହେଲେ ବିଜୁଙ୍କ ପ୍ରତି ଓଡ଼ିଆଙ୍କ ଭଲ ପାଇବାରେ ଅନ୍ତରାୟ ସୃଷ୍ଟି କରି ପାରିବ ନାହିଁ । ଯାହା ବିଭିନ୍ନ ଦଳର ବରିଷ୍ଠ ନେତାଙ୍କ ଉକ୍ତି ହିଁ ପ୍ରମାଣିତ କରୁଛି । କାରଣ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ବିଜୁ ବାବୁ ରାଜନୀତି ଓ ରାଜନୈତିକ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ଵକୁ ଯାଇ ସାରିଛନ୍ତି । ସେ ହିଁ ହୋଇ ସାରିଛନ୍ତି ରାଜ୍ୟର କୋଟି କୋଟି ଓଡ଼ିଆଙ୍କ ପ୍ରକୃତ ଅସ୍ମିତା । ଯେଉଁ ଅସ୍ମିତାର କେବେ ମୃତ୍ୟୁ ନାହିଁ । ଯେଉଁ ଅସ୍ମିତାର ଅବକ୍ଷୟ ନାହିଁ । ଅସ୍ମିତାର ଡାକ ଦେଉଥିବା ବିଜେପି କିନ୍ତୁ ରାଜ୍ୟର ପ୍ରକୃତ ଅସ୍ମିତା ଉପରେ ଦାଉ ସାଧିବାର ହୀନ ଉଦ୍ୟମ କରିଛି । ଅନ୍ୟ ଏକ ଦିଗକୁ ଦୃଷ୍ଟି ଦେଲେ ବିଜୁ ବାବୁଙ୍କ ଭଳି ଉଚ୍ଚାଙ୍ଗ ବ୍ୟକ୍ତିଙ୍କ ଅସ୍ମିତାକୁ ଲୁଚାଇ ଆଗକୁ ବଢିବାକୁ ଉଦ୍ୟମ କରିଛି ତାଙ୍କ ନାମରେ ନାମିତ ବିଜୁ ଜନତା ଦଳ। ଦିନେ ବିଜୁ ବାବୁଙ୍କ ନାମରେ ସବୁ ସରକାରୀ ଯୋଜନା କରି ସାବାସୀ ନେଉଥିବା ଦଳ ଆଜକୁ ବେଶ କିଛି ବର୍ଷ ହେଲା ଯେମିତି ତାଙ୍କ ନାମକୁ ଭୁଲି ଯିବାକୁ ଭରପୁର ଉଦ୍ୟମ କରିଛି । ଦଳୀୟ ପୋଷ୍ଟର ବ୍ୟାନରରେ ବିଜୁ ବାବୁଙ୍କ ଫଟୋ ବଡ଼ରୁ ଛୋଟ ହୋଇ ଏବେ ଉଭାନ ହୋଇ ଯାଇଛି । ଏହା କଣ ବ୍ୟତିକ୍ରମ ନୁହେଁ କି ? ଏହା କଣ ବିଜୁଙ୍କ ପ୍ରତି ଅସମ୍ମାନ ନୁହେଁ କି ? ହେଲେ ଏହାକୁ ନେଇ ଦଳର ବିଜୁ ଅନୁଗାମୀ ଦିନେ ମୁହଁ ନ ଖୋଲିବା ବିଡ଼ମ୍ବନା ମାତ୍ର । ରାଜନୀତି ପଶା ପାଲିରେ ବିଜୁ ବାବୁ ଯେତେ ଘଷି ହେଲେ ବି, ତାଙ୍କ ନାମକୁ ରାଜ୍ୟବାସୀଙ୍କ ମନରୁ ଲିଭାଇବାର ଯେତେ ଉଦ୍ୟମ କଲେବି ବିଜୁ ବାବୁ କିନ୍ତୁ ନିଜର ଚମକ ହରାଉ ନାହାନ୍ତି ସାଧାରଣ ମଣିଷ ମନରୁ । ଆଜି ବି ସେ ଅମର ଓ ଲୋକପ୍ରିୟତାର ଶୀର୍ଷରେ । କାଲିବି ରହିବେ ଶୀର୍ଷରେ । ବିଜୁ ବାବୁଙ୍କ ଭଳି ବ୍ୟକ୍ତିଙ୍କୁ ନେଇ ରାଜନୀତି କରିବା ବଦଳରେ ତାଙ୍କୁ କିଭଳି ଭାରତ ରତ୍ନ ସମ୍ମାନ ମିଳିବ ସେ ନେଇ ଦଳ ମତ ନିର୍ବିଶେଷରେ ଉଦ୍ୟମ ହେବା ଜରୁରୀ । କାରଣ ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରେ କୋଟି ଓଡ଼ିଆର ଅନ୍ୟତମ ପରିଚୟ । କୋଟି ଓଡ଼ିଆର ଭାବାବେଗ ଯେମିତି ଜଗନ୍ନାଥଙ୍କ ସହିତ ଯୋଡି ହୋଇଛି ସେମିତି ବିଜୁ ବାବୁ କୋଟି ଓଡ଼ିଆଙ୍କ ମନ ଓ ହୃଦୟରେ ବସା ବାନ୍ଧିଛନ୍ତି । ତାଙ୍କ ପରିଚୟ କୁ ଆହୁରି ପରିବ୍ୟାପ୍ତ କରିବାକୁ ସମସ୍ତ ଦଳ ମତ ନିର୍ବିଶେଷରେ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ ଉଦ୍ୟମ କରିବା ଜରୁରୀ । କାରଣ ଓଡ଼ିଆ ଅସ୍ମିତାର ଅନ୍ୟ ନାମ ଟଲ ମ୍ୟାନ ବିଜୁ ପଟ୍ଟନାୟକ ।

Leave a comment

Your email address will not be published. Required fields are marked *