ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଭୁବନେଶ୍ୱର ଠାରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯୋଗଦେଇଥିଲେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ବୈଠକରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ବେଳେ ଏଥିରେ ସାମିଲ ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ନିଜ ବକ୍ତବ୍ୟରେ କହିଥିଲେ ରାଜ୍ୟ ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଶ୍ରମିକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ନିରବଛିନ୍ନ ଉଦ୍ୟମ ବଳରେ ରାଜ୍ୟର ବିକାଶ ସମ୍ଭବ ହେଉଛି । ହେଲେ ଶ୍ରମିକ ଭାଇ ଭଉଣୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲା ବେଳେ ସେମାନଙ୍କ ସମସ୍ୟା ସମାଧାନ ଜରୁରୀ । ଏହା ସହିତ ସେ କହିଥିଲେ ଶ୍ରମିକ ଭାଇଭଉଣୀ ମାନଙ୍କ ଅବଦାନକୁ ସେ ହୃଦୟରୁ ସମ୍ମାନ ଜଣାଉଛନ୍ତି ।
