ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀମତୀ ଛୁରିଆ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଶ୍ରୀମତୀ ଛୁରିଆଙ୍କ ନେତୃତ୍ୱରେ ରାଜ୍ୟ ବିଜୁ ମହିଳା ଜନତା ଦଳ ଅଧିକ ସଙ୍ଗଠିତ ହୋଇ ରାଜ୍ୟବାସୀଙ୍କ ସେବା କରିବ ।



















