orissaleads

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

Blog Post

orissaleads > ରାଜ୍ୟ > ବିଜେପିକୁ “ଜଗା” ବିପଦ ସରକାରଙ୍କ ନିଷ୍ପତି ଉପରେ ନଜର

ବିଜେପିକୁ “ଜଗା” ବିପଦ ସରକାରଙ୍କ ନିଷ୍ପତି ଉପରେ ନଜର

ଓଡ଼ିଶା ଲିଡ୍ସ( ବ୍ୟୁରୋ): ଶାସକ ବିଜେପିକୁ ଘାରିଛି ଜଗା ବିପଦ । ମହାପ୍ରଭୁ ଜଗନ୍ନାଥ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ଦଳ ଏବେ ଅସମ୍ଭବ ଚାପରେ ପଡି ସାରିଛି । ଜଗନ୍ନାଥଙ୍କ ରଥଯାତ୍ରା ବିବାଦ ନ ସରୁଣୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବିବାଦ ସରକାରର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । ରଥରେ ଘଟିଥିବା ଅଘଟଣ ରାଜ୍ୟର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା । ଜଗନ୍ନାଥଙ୍କ ରଥ ରଥଯାତ୍ରା ଦିନ ମାତ୍ର କେଇ ହାତ ଗଡ଼ିବା ପରେ ସିଂହଦ୍ୱାରରେ ଅଟକି ରହିଥିଲା । ଯାହାକୁ ନେଇ ତମାମ ଆଲୋଚନା ଚାଲିଥିଲା ବେଳେ ସରକାର ବେଶ ସମାଲୋଚନର ସରବ୍ୟ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ଶରଧା ବାଲିରେ ଦଳାଚକଟା ହେବାରୁ ତିନିଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିଲେ । ଏହା ସରକାରଙ୍କ କାର୍ଯ୍ୟ ଧାରା ଓ ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା । ସରକାର ଵିରୋଧି ଦଳରୁ ନେଇ ସାଧାରଣ ଲୋକଙ୍କ ନିକଟରୁ ପ୍ରବଳ ବିରୋଧର ସମ୍ମୁଖିନ ହୋଇଥିଲେ । ରଥଯାତ୍ରା ବିଭ୍ରାଟ ପାଇଁ ଅକଳରେ ପଡିଥିବା ସରକାର ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିଥିଲା ବେଳେ ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ହେଲେ ଏହା ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ କରି ପାରିନାହିଁ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏଭଳି ଗୁରୁତର ତ୍ରୁଟି ଯୋଗୁ ବେଶ ନିନ୍ଦିତ ହୋଇଥିଲେ ସରକାର । ଏବେବି ଏହି ବିବାଦ ଥମି ନଥିଲା ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ଆକ୍ରମଣ ପୁଣି ସରକାରକୁ ନିନ୍ଦିତ କରିବା ସହିତ ଚାପରେ ପକାଇ ଦେଇଛି । ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଘୋଷାଡି ଘୋଷାଡି ତାଙ୍କ କାର୍ଯ୍ୟାଳୟ ଭିତରୁ ବାହାରକୁ ଆଣିବା ଓ ତାଙ୍କ ମୁହଁକୁ ଗୋଇଠା ମାରିବାର ଚିତ୍ର ଦଳକୁ ମଧ୍ୟ ବିବାଦ ଭିତରକୁ ଠେଲି ଦେଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପୋଲିସ ତୁରନ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ପରେ ନିଜର କଠୋର ଆଭିମୁଖ୍ୟ ଦେଖାଇ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ୫ ଜଣଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ହେଲେ ଏହି ବିବାଦ ଥମିବା ବଦଳରେ ଅଧିକ ଘନୀଭୂତ ହୋଇ ଚାଲିଛି। ଏହି ଘଟଣା ପରେ ରାଜ୍ୟ ଓଏଏସ ସଂଘ ଆନ୍ଦୋଳନକୁ ଓହ୍ଲାଇବା ନେଇ ଘୋଷଣା କରିବା ପରେ କିଛି ସମୟ ପରେ ପୁଣି ନିଷ୍ପତ୍ତିରୁ ଓହରି ଯାଇଥିଲା । ହେଲେ ପୁଣି ଏବେ ସଂଘ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ଫଳରେ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଠପ ହୋଇ ଯାଇଛି । ଏହା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି । ସରକାର ଉପରେ ଚାପ ବଢୁଥିଲା ବେଳେ ଆଜି ସଂଧ୍ୟାରେ ଜଗନ୍ନାଥ ପ୍ରଧାନ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ । ଏହି ସମୟରେ ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ । ଭିତରେ ଆଲୋଚନା ଚାଲିଥିଲା ବେଳେ ରାଜ୍ୟ କାର୍ଯ୍ୟାଳୟ ବାହାରେ ତାଙ୍କ ଶହ ଶହ ସମର୍ଥକ ମଧ୍ୟ ପହଞ୍ଚିଥିଲେ । ହଠାତ ଖାରବେଳ ନଗର ଥାନାର ସୁରକ୍ଷା ବଢ଼ାଇ ଦିଆ ଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଆଲୋଚନା କଲା ପରେ ଜଗନ୍ନାଥ ପ୍ରଧାନ ବାହାରକୁ ଆସି ନିଜ ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସଭାପତି ମତେ ଡାକିଥିଲେ, ତାଙ୍କ ସହିତ ଆଲୋଚନା କଲି, ଏବେ ଘରକୁ ଯାଉଛି କହି ସେଠାରୁ ଚାଲି ଯାଇଥିଲେ । ଏହା ପରେ ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି “ତାଙ୍କ ସହିତ ଆଲୋଚନା ହୋଇଛି, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର, ଏ ବିଷୟରେ ପ୍ରେସକୁ କିଛି କୁହା ଯାଇ ପାରିବ ନାହିଁ । ଯାହା ନିଷ୍ପତ୍ତି ନେବେ ସରକାର ନେବେ।” ଶ୍ରୀ ସାମଲଙ୍କ ଏହି ମନ୍ତବ୍ୟ ଘଟଣାକୁ ଅଧିକ ସସପେନ୍ସ ଭିତରକୁ ଠେଲି ଦେଇଛି । ଗୋଟିଏ ପଟେ ସଂଘ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଥିଲା ବେଳେ ଜଗନ୍ନାଥଙ୍କ ପ୍ରତି ଦଳର ଆଭିମୁଖ୍ୟ କଣ ହେବ ତାହା ସ୍ପଷ୍ଟ ନ କରି ମନମୋହନ ସରକାର ନିଷ୍ପତି ନେବେ କହିବା ଦ୍ବାରା ଏବେ ସରକାର କି ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର । ପ୍ରବଳ ଚାପରେ ଥିଲା ବେଳେ ସରକାର ଯେ କୌଣସି ମୁହୂର୍ତ୍ତରେ କୌଣସି ବଡ଼ ନିଷ୍ପତି ନେଇ ପାରନ୍ତି ବୋଲି ଚର୍ଚ୍ଚା ବଢି ଚାଲିଛି । ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେବେ ନା ଦଳ ତାଙ୍କୁ ନିଲମ୍ବିତ କରିବ। ପୋଲିସ ତାଙ୍କୁ ଗିରଫ କରିବ ନା ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ସେ ନେଇ ତମାମ ଆଲୋଚନା ଚାଲିଥିଲା ବେଳେ ରାଜ୍ୟ ରାଜନୀତି ବେଶ ସର ଗରମ ହୋଇ ପଡିଛି । ସରକାରଙ୍କ ଉପରେ “ଜଗା ବିପଦ”ର କଳା ବାଦଲ ଘୋଟିଥିଲା ବେଳେ ଏହି ବିପଦରୁ ସରକାର କିଭଳି ମୁକୁଳୁଛନ୍ତି ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *