ଓଡ଼ିଶା ଲିଡ୍ସ(ଯାଜପୁର): ବିଜେପି ଛାଡିଛନ୍ତି ଜିଲ୍ଲାର ଅନ୍ୟତମ ବରିଷ୍ଠ ନେତ୍ରୀ ବଡ଼ଚଣା ନିର୍ବାଚନ ମଣ୍ଡଳୀର ସିମନ୍ତିନୀ ଜେନା । ଆଜି ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରି ଦୀର୍ଘ ୨୭ ବର୍ଷ ହେଲା ଦଳରେ ରହିଥିଲା ବେଳେ ଦଳର ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଉଥିବା ପ୍ରକାଶ କରିଛନ୍ତି । ଦଳର ଜଣେ ବରିଷ୍ଠ ନେତ୍ରୀ ଭାବେ ତାଙ୍କର ବେଶ ପରିଚୟ ଥିଲା ବେଳେ ଦଳର ଜିଲ୍ଲା ସଭାନେତ୍ରୀ ପଦବୀକୁ ନେଇ ସେ ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଥିଲା ।
