ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବିଦ୍ୟୁତ ବିଭାଗର ଅଣଦେଖା ପଣ ଯେ କୌଣସି ସମୟରେ ବିପଦର କାରଣ ହେବାକୁ ଯାଉଛି । ଏହା ଆଉ କେଉଁଠି ନୁହେଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ପରିସରରେ ଥିବା ବିଦ୍ୟୁତ କେବୁଲ କୁ ଦୃଷ୍ଟି ଦେଲେ ଜଳ ଜଳ ହୋଇ ଦେଖା ଯାଉଛି । ମନ୍ଦିର ପରିସରରେ ଭକ୍ତଙ୍କ ବେଢ଼ା ପରିଭ୍ରମଣ ପାଇଁ ନିର୍ମାଣ ହୋଇଥିବା ରାସ୍ତା କଡରେ ଏହି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ କେବୁଲ ଅସୁରକ୍ଷିତ ଭାବେ ରହିଛି । ଏହି ରାସ୍ତା ଦେଇ ଛୋଟ ପିଲାଙ୍କ ସହିତ ଦୈନିକ ଶତାଧିକ ଶ୍ରଦ୍ଧାଳୁ ବେଢ଼ା ପରିକ୍ରମା କରୁଛନ୍ତି । ଏହାକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।




















