ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଆସନ ବୁଝାବଣା ଚୂଡାନ୍ତ ହୋଇଛି । ବୁଝାବଣା ଅନୁଯାୟୀ ବିହାରର ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୧, ଜେଡିୟୁ ୧୦୧ ଆସନ, ଏଲଜେପି ୨୯, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଆସନ ଓ ହିନ୍ଦୁସ୍ତାନ ଆୱାମି ମୋର୍ଚ୍ଚା ୬ଟି ଆସନରେ ପ୍ରତିଦ୍ୱନ୍ଦିତା କରିବେ ।




















