ଓଡ଼ିଶା ଲିଡ୍ସ(ଯାଜପୁର): ବ୍ୟାସନଗର ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି । ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ପଠା ଯାଇଛି । ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ଚିକିତ୍ସା ବ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି ।
