ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନ ପାଣି ପାଇଁ ଏବେ ଚିନ୍ତାରେ ପଡ଼ି ଯାଇଛି । ସିନ୍ଧୁ ନଦୀ ପାଣି ବନ୍ଦ କଲେ ଭୟଙ୍କର ହେବ ପରିଣାମ ହେବ ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତକୁ ଧମକ ଦେଇଛନ୍ତି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ଧମକ ପରେ ସରିଫ ଏହି ବୟାନ ଦେଇଛନ୍ତି । ସରିଫ୍ କହିଛନ୍ତି, ଆମେ ପାକିସ୍ତାନ ଅଂଶର ବୁନ୍ଦାଏ ବି ପାଣି ଛାଡ଼ିବୁନି । ପାକିସ୍ତାନର ଲକ୍ଷ ଲକ୍ଷ ଜୀବନକୁ ସଙ୍କଟରେ ପକାଇ ରାଜନୀତି କରାଯାଇପାରିବ ନାହିଁ ।
ପାକିସ୍ତାନ ଏହାକୁ କେବେ ବି ବରଦାସ୍ତ କରିବନି ।
ତାଜିକିସ୍ତାନରେ ଏକ ସମ୍ମିଳନୀରେ ଯୋଗଦେଇ ଏଭଳି ବକ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସରିଫ୍ । ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଭାରତକୁ ଚତୁର୍ଥ ଥର ଧମକ ଦେଇଛି । ପହଲଗାମ ଆତଙ୍କବାଦୀ ହମଲା ପରେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ବାତିଲ କରିଛି । ଏହାକୁ ନେଇ ପାକିସ୍ତାନରେ ତୀବ୍ର ଜଳ ସଙ୍କଟ ଦେଖା ଦେଇଛି । ପାକିସ୍ତାନର ବାରମ୍ବାର ଧମକ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଖୋରାକ ଯୋଗାଇଛି ।