ଓଡ଼ିଶା ଲିଡ୍ସ(ସୁକିନ୍ଦା): ସରକାର ପରିବର୍ତ୍ତନ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତା ସୁକିନ୍ଦା ବିକାଶ ଚିନ୍ତାକୁ ପଛରେ ପକାଇ ବ୍ୟକ୍ତିଗତ ସ୍ୱାର୍ଥ ଓ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସୁକିନ୍ଦାର ଜନୈକ ବିଜେପି ନେତା ଏକ ବୈଠକରେ କର୍ମୀ ମାନଙ୍କୁ ସମ୍ବୋଧିତ କରିବା ବେଳର ଭିଡିଓ ଏବେ ସୁକିନ୍ଦାରେ ବେସ ଭାଇରାଲ ହେବା ସହିତ ଚର୍ଚ୍ଚା ସୃଷ୍ଟି କରିଛି । ନେତା ଜଣକ ନିଜ ଭାଷଣରେ ବ୍ୟକ୍ତି ଗତ ସ୍ୱାର୍ଥ କଥା କହୁଥିଲା ବେଳେ ଭଲ କାରଟିଏ ଚଢ଼ିବା କଥା କହୁଥିବା ଶୁଣିବାକୁ ମିଳୁଛି । ନେତାଙ୍କ ଏଭଳି ଭାଷଣ ସୁକିନ୍ଦାରେ ଆଲୋଚନାର ବିଷୟ ହୋଇଥିଲା ବେଳେ ଏବେ ବିଜେପି ନେତା ନିଜ ସ୍ୱାର୍ଥ ସହିତ ଭଲ କାର କିଭଳି ଚଢ଼ିବେ ତାକୁ ନେଇ ଚିନ୍ତିତ ହୋଇ ପଡ଼ିଥିବା ଆଲୋଚନା ହେଉଛି ।




















