orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ର୍ଜାତୀୟ > ମନରେଗାର ହତ୍ୟା ଗ୍ରାମୀଣ ଭାରତରେ ଭୟଙ୍କର ବିପର୍ଯ୍ୟୟ ଆଣିବ: ସୋନିଆ ଗାନ୍ଧୀ

ମନରେଗାର ହତ୍ୟା ଗ୍ରାମୀଣ ଭାରତରେ ଭୟଙ୍କର ବିପର୍ଯ୍ୟୟ ଆଣିବ: ସୋନିଆ ଗାନ୍ଧୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଐତିହାସିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଭାଙ୍ଗିବା ଗ୍ରାମୀଣ ଭାରତର କୋଟି କୋଟି ଲୋକଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ଆଣିବ। ‘ଦି ହିନ୍ଦୁ’ରେ ‘ଦ ବୁଲଡୋଜ୍‌ଡ ଡିମୋଲିସନ ଅଫ୍ ଏମ୍‌ଜିଏନ୍ଆର୍‌ଇଜିଏ’ ଶୀର୍ଷକ ଏକ ଆଲେଖ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହା ଲେଖିବା ସହିତ ମନରେଗାର ‘ମୃତ୍ୟୁ’ ଏକ ସାମୂହିକ ବିଫଳତା ବୋଲି ‌ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋଜଗାର ଓ ଜୀବିକା ମିସନ (ଗ୍ରାମୀଣ) ପାଇଁ ବିକଶିତ ଭାରତ ଗ୍ୟାରେଣ୍ଟି (ଭିବି-ଜି ରାମ ଜି) ବିଲ୍‌କୁ ଅନୁମୋଦନ ଦେବାର ଗୋଟିଏ ଦିନ ପରେ ସୋନିଆ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୋନିଆ କହିଛନ୍ତି, ମନରେଗା ମହାତ୍ମାଙ୍କ ସର୍ବୋଦୟ ଦର୍ଶନ ଉପରେ ଆଧାରିତ। ଏହି ଯୋଜନାକୁ ବର୍ତ୍ତମାନ ବିଜେପି ସରକାର ଦ୍ବାରା ବୁଲ୍‌ଡୋଜର୍‌ ଲଗାଇ ଭାଙ୍ଗି ଦିଆଯାଇଛି।

ମନରେଗା ହେଉଛି ଭାରତୀୟ ସମ୍ବିଧାନର ଧାରା ୪୧ ଦ୍ୱାରା ଅନୁପ୍ରାଣିତ ଏକ ଅଧିକାର ଭିତ୍ତିକ ଆଇନ, ଯାହା ନାଗରିକଙ୍କ କାର୍ଯ୍ୟ କରିବାର ଅଧିକାରକୁ ସୁରକ୍ଷିତ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥାଏ। ଗତ କିଛି ଦିନ ହେବ ନରେନ୍ଦ୍ର ମୋଦୀ ସରକାର କୌଣସି ଆଲୋଚନା, ପରାମର୍ଶ ବା ସଂସଦୀୟ ପ୍ରକ୍ରିୟା କିମ୍ବା କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସମ୍ମାନ ନ ଦେଇ ମନରେଗାର ଉଚ୍ଛେଦ ପାଇଁ କାର୍ଯ୍ୟ କରିଥିଲେ। ମହାତ୍ମାଙ୍କ ନାମ ହଟାଇବା କେବଳ ଭାସମାନ ହିମଶୈଳର ଅଗ୍ରଭାଗ ଥିଲା। ସେ ଭିବି-ଜି-ରାମ ଜିକୁ ଅମଲାତାନ୍ତ୍ରିକ ବ୍ୟବସ୍ଥାର ଏକ ସେଟ୍ ବ୍ୟତୀତ ଆଉ କିଛି ନୁହେଁ ବୋଲି ବର୍ଣ୍ଣନା କରିଛନ୍ତି। ମୋଦୀ ସରକାରଙ୍କ ନୂତନ ବିଲ୍ ଏହି ଯୋଜନାର ପରିସରକୁ କେବଳ ଗ୍ରାମାଞ୍ଚଳରେ ସୀମିତ ରଖିଛି ବୋଲି ସୋନିଆ କହିଛନ୍ତି। ପ୍ରଦାନ କରାଯାଇଥିବା କାର୍ଯ୍ୟଦିବସ ସଂଖ୍ୟା ଲୋକଙ୍କ ଆବଶ୍ୟକତା ଅପେକ୍ଷା କେନ୍ଦ୍ରର ପ୍ରାଥମିକତାକୁ ଜୋର ଦେଇଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ରୋଜଗାରର ବର୍ଷସାରା ଗ୍ୟାରେଣ୍ଟି ଶେଷ ହୋଇଛି। ଖର୍ଚ୍ଚର ଏକ ବଡ଼ ଅଂଶ ରାଜ୍ୟମାନଙ୍କୁ ହସ୍ତାନ୍ତର କରି ମୋଦୀ ସରକାର ସେମାନଙ୍କୁ ଏହି ଯୋଜନା ଅଧୀନରେ କାମ ଯୋଗାଇବାକୁ ନିରୁତ୍ସାହିତ କରୁଛନ୍ତି। କାରଣ ଏହାଦ୍ବାରା ପୂର୍ବରୁ ଗୁରୁତର ଚାପରେ ଥିବା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଆହୁରି ବିପର୍ଯ୍ୟସ୍ତ ହେବାର ଆଶଙ୍କା ଅଛି । ମୋଦୀ ସରକାର ମିଥ୍ୟା ଦାବି କରୁଛନ୍ତି ଯେ ସେ ମନରେଗା ଅଧୀନରେ ଥିବା ନିଯୁକ୍ତି ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରିଛନ୍ତି। ଉପରୋକ୍ତ ସମସ୍ତ କାରଣ ପାଇଁ, ତାହା ନିଶ୍ଚିତ ଭାବରେ ହେବ ନାହିଁ। ବାସ୍ତବରେ, ମୋଦୀ ସରକାରଙ୍କ ଉଦ୍ଦେଶ୍ୟର ପ୍ରକୃତ ସ୍ୱରୂପ ମନରେଗାକୁ ଗଳା ଚିପି ହତ୍ୟା କରିବାର ଦଶନ୍ଧି ଧରି ଚାଲିଥିବା ଟ୍ରାକ୍ ରେକର୍ଡରୁ ବୁଝାଯାଇପାରିବ ବୋଲି ସୋନିଆ କହିଛନ୍ତି। ଅନ୍ୟପକ୍ଷରେ ସୋନିଆଙ୍କ ଏହି ମତକୁ ବିରୋଧୀ ବିଜେପି ସମାଲୋଚନା କରିଛି।

Leave a comment

Your email address will not be published. Required fields are marked *