ଓଡ଼ିଶା ଲିଡ୍ସ (ବ୍ୟୁରୋ): ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତ ମନୋହରପୁର ଗ୍ରାମର ଦଳିତ ମାନଙ୍କ ଉପରେ ପୋଲିସ ପ୍ରଶାସନଙ୍କ ଦ୍ୱାରା ଘଟିଥିବା ଜୋର ଜବରଦସ୍ତ ଆକ୍ରମଣ ଘଟଣା ଖବର ପାଇ ଗ୍ରାମକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗ୍ରାମର ମହିଳା ଓ ପୁରୁଷ ମାନେ ସେମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ପୂର୍ବତନ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ସମସ୍ତ ବିଷୟରେ ଶୁଣି ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ବୋଲି କହିଛନ୍ତି ଇଂ ଘଡାଇ । ଦଳିତ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଇଂ ଘଡାଇ ।




















