ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା ବେଳେ ଆଜି ଦିଲ୍ଲୀ ଗସ୍ତରୁ ଫେରି ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନଙ୍କ ସୂଚନା ପରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଉପରେ ସାମୟିକ ରୋକ ଲାଗିଛି ।
ଶ୍ରୀ ସାମଲ କହିଛନ୍ତି ଦିଲ୍ଲୀ ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ । ସେ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାମ ମୁଖ୍ୟମନ୍ତ୍ରୀଙ୍କର, ତାଙ୍କର ଯାହା ଦାୟିତ୍ୱ ରହିଛି ସେ ନିର୍ବାହ କରୁଛନ୍ତି,
ଯଦି ଦଳକୁ ପରାମର୍ଶ ମାଗନ୍ତି ଆମେ ନିଶ୍ଚୟ ପରାମର୍ଶ ଦେବୁ ।ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ କିଏ ବିଦା ହେବେ ସେନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।
୧୫ ଦିନରୁ ୧ ମାସ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ।
ପ୍ରଥମେ ଦଳୀୟ ସଂଗଠନ, ବୋର୍ଡ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ଦିନେ କିମ୍ବା ଦୁଇଦିନ ମଧ୍ୟରେ ନୂଆ ନିଗମ ଓ ପରେ ବୋର୍ଡ ନିଗମ ପଦ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି । ଆଜି ଶ୍ରୀ ସାମଲ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି ।