ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏକ ଟ୍ରେଲର ଓ ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା ହେବାରୁ ୫ ପୋଲିସ କର୍ମଚାରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋରରେ ଏହି ଦୁର୍ଘଟଣା ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ସ୍ଥଳରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି ।




















