ଓଡ଼ିଶା ଲିଡ୍ସ(ବ୍ୟୁରୋ): ତିନି ତିନି ଥରର ବିଧାୟକ, ଥରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ, ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ । ନିଜର ସରଳତା, ମଣିଷ ପଣିଆ ପାଇଁ ବେଶ ଲୋକପ୍ରିୟ ଇଂ ପ୍ରୀତିରଞ୍ଜନ ଘଡାଇ । ଗତ ନିର୍ବାଚନରେ ପରାଜିତ ହୋଇଛନ୍ତି । ହେଲେ ପରାଜୟର ସାମାନ୍ୟ ପ୍ରଭାବ ତାଙ୍କ ବ୍ୟକ୍ତିତ୍ୱ, ଆଚରଣ ଓ ଉଚ୍ଚାରଣ ଉପରେ ପଡି ନାହିଁ । ବିଧାୟକ ଓ ମନ୍ତ୍ରୀ ଥିଲା ବେଳେ ଯେମିତି ସୁକିନ୍ଦାରେ ଘୁରି ବୁଲୁଥିଲେ, ମାଟି ପିଣ୍ଡାରେ ବସି ସୁଖ ଦୁଃଖ ବାଂଟୁଥିଲେ ଆଜି ଠିକ ସେମିତି କରି ଚାଲିଛନ୍ତି । କେଉଁ ଗାଁ କି କାହା ଘରକୁ ଗଲେ ବସିବା ପାଇଁ ସ୍ୱତନ୍ତ୍ର ଚେୟାର ଖୋଜନ୍ତି ନାହିଁ । କାହା ଘର ପିଣ୍ଡା ଉପରେ ଜମିଥିବା ଧୂଳି ଉପରେ ବସି ପଡ଼ନ୍ତି ତ ଗଛ ଛାଇରେ ଛିଡା ହୋଇ ଯାଆନ୍ତି । ଘର ଲୋକଟି ଦୁଃଖରେ ଥିଲେ ତାକୁ ସାହାସ ଦେଇ ଦୁଃଖ ବାଣ୍ଟନ୍ତି । ଆଜି ବି ଏହି ଭଳି ଚିତ୍ର ଦେଖିବାକୁ ମିଳିଥିଲା ସୁକିନ୍ଦା ବ୍ଲକ୍ ଲେମ୍ବୋ ପଞ୍ଚାୟତର କାଞ୍ଜିଆ ପାଳ ଗ୍ରାମରେ । ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କ ଦେହାନ୍ତ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚିଥିଲେ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କ ବସିବା ବ୍ୟବସ୍ଥା ପରିବାର ଲୋକେ କରୁଥିଲା ବେଳେ ମାଟି ପିଣ୍ଡା ଉପରେ ବସି ପଡ଼ି ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ । ସେଇ ମାଟି ପିଣ୍ଡାରେ ବସି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରି ଫେରି ଆସିଥିଲେ ।
