ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟବାସୀଙ୍କ ଜରୁରୀକାଳୀନ ଚିକିତ୍ସା ସେବା ନିମନ୍ତେ ମୋଟ ୪୨୮ଟି ନୂତନ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ଆମର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ କରିବା ସହ ରାଜ୍ୟର କୋଣ ଅନୁକୋଣରେ ତ୍ୱରିତ ଚିକିତ୍ସା ସହାୟତା ପହଞ୍ଚାଇବାରେ ଅତ୍ୟନ୍ତ ସହାୟକ ହେବ। ଏହି ଜୀବନ ରକ୍ଷାକାରୀ ଯାନଗୁଡ଼ିକ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବା ସହ ଆପଦକାଳୀନ ସମୟରେ ଜନସାଧାରଣଙ୍କ ପାଇଁ ଏକ ଭରସାର ସାଥୀ ହୋଇ ଛିଡ଼ା ହେବ। ଲୋକଙ୍କ ସରକାର ଓଡ଼ିଶାବାସୀଙ୍କୁ ଶ୍ରେଷ୍ଠ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସର୍ବଦା ସଂକଳ୍ପବଦ୍ଧ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।




















