ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ରୋଡରେ ଥିବା ଏକ୍ସଲସିୟର ଘରୋଇ କଲେଜର +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ମାଣତିରା ପଞ୍ଚାୟତ କେନ୍ଦୁଢିପି ଗାଁର ବିଜୟ କୁମାର ପାଲଙ୍କ ପୁତ୍ର ଆଶିଷ କୁମାର ପାଲଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ପୂର୍ବତନ ଅର୍ଥମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ସେ ମୃତ ଆଶିଷଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।




















