ଓଡ଼ିଶା ଲିଡ୍ସ(ଯାଜପୁର): ରାତି ପ୍ରାୟ ଗୋଟାଏ ବେଳେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁର ଠାରେ ଏକ ଜଙ୍ଗଲି ହାତୀ ଦେଖିବାକୁ ମିଳିଛି । ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ସହିତ ଶହ ଶହ ଲୋକ ହାତୀର ପିଛା କରୁଛନ୍ତି । ହାତୀ ବୈତରଣୀ ନଦୀବନ୍ଦ ରେ ବହୁ ସମୟ ଚାଲି କେନାଲ ଅତିକ୍ରମ କରି ଚଇନିପୁର ଭିତରକୁ ଯାଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ହାତୀ ଉପରେ ନଜର ରଖିଛି ।
