ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁରର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ “ଯାଜପୁର ବିକାଶ ମଞ୍ଚର” ନିଆରା ଉଦ୍ୟମ ଥିଲେ ଦିଅ, ନଥିଲେ ନିଅ କାର୍ଯ୍ୟକ୍ରମ ଦୁଇ ତାରିଖ ଦିନ ଉଦଘାଟିତ ହୋଇ ଯାଇଛି । ଅଧ୍ୟକ୍ଷ ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସଭାପତି ଅକ୍ଷୟ ଦାସ, ସମ୍ପାଦକ ଗିରିଶ ମିଶ୍ର, ବରିଷ୍ଠ ସଦସ୍ୟ ତରୁଣ କୁମାର ନନ୍ଦଙ୍କ ସହିତ ଯାଜପୁର ସହରର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ଅତିଥି ମାନେ ଯାଜପୁର ବିକାଶ ମଞ୍ଚର ଏହି ନିଆରା ଉଦ୍ୟମକୁ ପ୍ରଶଂସା କରିଵା ସହିତ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କିଆନାଳୀ କୂଳ ଛକରେ ଚାଲୁ ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆ ଯାଇଛି । ମଞ୍ଚ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ୧୩ ବର୍ଷ ହେଲା ଚାଲୁ ରହିଥିଲା ବେଳେ ବହୁ ଗରିବ ଲୋକ ଏହା ଦ୍ୱାରା ଉପକୃତ ହେଉଛନ୍ତି ।




















