ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଯାଜପୁର ସହରରେ ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି ବର୍ଷା ହୋଇଥିଲା । ବର୍ଷା ଫଳରେ ନୂତନ ଭାବେ ନିର୍ମାଣ ହୋଇଥିବା ମହାରାଜା ଯଯାତି କେଶରୀ ମେଡ଼ିକାଲ କଲେଜ ସମ୍ମୁଖ ରାସ୍ତାରେ ବିପୁଳ ପରିମାଣର ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି । ରାସ୍ତା କଡରେ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଦେଖା ଦେଇଛି । ବର୍ଷା ଜଳ ଜମିବା କାରଣରୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି । ଜମି ରହିଥିବା ବର୍ଷା ଜଳ ରାସ୍ତାରେ ବନ୍ୟାର ଭ୍ରମ ସୃଷ୍ଟି କରୁଛି ।
