orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ରାଜ୍ୟ > ରାଜନୈତିକ ନା ଅଣ ରାଜନୈତିକ ବ୍ୟକ୍ତିଙ୍କୁ ସୁଯୋଗ ଦେବ ବିଜେଡି

ରାଜନୈତିକ ନା ଅଣ ରାଜନୈତିକ ବ୍ୟକ୍ତିଙ୍କୁ ସୁଯୋଗ ଦେବ ବିଜେଡି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମାର୍ଚ୍ଚ ମାସରେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ଉଷ୍ଣ ହୋଇ ପଡିଛି । ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ଅନୁଯାୟୀ ଶାସକ ବିଜେପି ଦୁଇଟି ଆସନ, ବିଜେଡି ଗୋଟିଏ ଆସନ ନିର୍ଦ୍ୱନ୍ଦରେ ଜିତୁ ଥିଲା ବେଳେ ଆଉ ଗୋଟିଏ ଆସନ କିଏ ନେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ଅନୁଯାୟୀ ବିଜେଡିର ଜଣେ ବିଜୟୀ ହେଲା ପରେ ଆହୁରି ବଳକା ଭୋଟ ରହିବ । ବିଜେପି ଦୁଇଟି ଆସନ ଜିତିବା ପରେ ମଧ୍ୟ ବିଜେପିର ବଳକା ଭୋଟ ରହିବ । ଦୁଇ ଦଳର ବଳକା ଭୋଟ ନମିଶିଲେ ଅନ୍ୟ ଜଣେ ପ୍ରାର୍ଥୀ ବିଜୟୀ ହୋଇ ପାରିବେ ନାହିଁ । ଏଭଳି ସ୍ଥିତିରେ ଚତୁର୍ଥ ଆସନ କାହା ପକ୍ଷକୁ ଯିବ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି ।ତ ବିଗତ ଦିନରେ ରାଜ୍ୟ ଶାସନ ସମ୍ଭାଳୁଥିବା ବିଜେଡି ମଧ୍ୟ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିଜୟୀ କରିବାର ନଜିର ରହିଛି । ଆଗକୁ କିଏ କାହାକୁ ସମର୍ଥନ କରିବ ଅବା ନକରିବ ତାହା ଭିନ୍ନ କଥା, ହେଲେ ରାଜ୍ୟସଭା ନିର୍ବାଚନରେ ଶାସକ ବିଜେପି ଓ ଵିରୋଧିତ ଦଳ ବିଜେଡି ପ୍ରାର୍ଥୀ କରିବାକୁ କି ଆଭିମୁଖ୍ୟ ଗ୍ରହଣ କରିବେ ତା ଉପରେ ରାଜ୍ୟର ନଜର ରହିଛି ।

ଶାସକ ବିଜେପି ଗତ ସାଧାରଣ ନିର୍ବାଚନରେ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ପରାଜିତତ କରିଥିଲା । ନିର୍ବାଚନରେ ଓଡ଼ିଆ ଅସ୍ମିତାର ଡାକରା ଦେଇଥିଲା ବିଜେପି । ଏହି ଅସ୍ମିତାର ଡାକରା ରେ ରାଜ୍ୟବାସୀ ସରକାର ପରିବର୍ତ୍ତନ କରିଦେଇଥିଲେ । ଆସୁଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ଓଡ଼ିଆ ଅସ୍ମିତାକୁ ବଜାୟ ରଖିବ ନା ରାଜ୍ୟ ବାହାରୁ ଅଣ ଓଡ଼ିଆଙ୍କୁ ସୁଯୋଗ ଦେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ କରିଡ଼ରରେ ହେଉଥିବା ଚର୍ଚ୍ଚା ଆଲୋଚନା ଅନୁଯାୟୀ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ପ୍ରଥମ ପସନ୍ଦ ପ୍ରାର୍ଥୀ ହେଉଛନ୍ତି । ଗତ ନିର୍ବାଚନରେ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ମନମୋହନ ସାମଲ ନେଇଥିଲା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ସମୟ ଦେଇ ନପାରି ପରାଜିତ ହୋଇଥିଲେ । ଏବେ ଦଳ ତାଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଅବଶିଷ୍ଟ ଦୁଇ ଆସନ ବିଜେପି ନେବାକୁ ରଣନୀତି ଆଙ୍କୁଥିଲା ବେଳେ ଏହି ଦୁଇ ଆସନରୁ ଓଡ଼ିଆ ନା ଅଣ ଓଡ଼ିଆ ସୁଯୋଗ ପାଇବେ ତାହା ସନ୍ଦେହ ସୃଷ୍ଟି କରିଛି । ଆଗକୁ ପଞ୍ଚାୟତ ନିର୍ବାଚନତ ଆସୁଥିଲା ବେଳେ ଦଳ ଯଦି ଅଣ ଓଡ଼ିଆଙ୍କୁ ସୁଯୋଗ ଦିଏ ତେବେ ଯେଉଁ ଓଡ଼ିଆ ଅସ୍ମିତା ଡାକରା ଦେଇ ଦଳ ରାଜ୍ୟ ଶାସନ କରୁଛି ତାହା ରାଜ୍ୟବାସୀଙ୍କୁ ଗ୍ରହଣ ହୋଇ ନପାରେ । ଏହା ବାଦ ଵିରୋଧି ମଧ୍ୟ ଏହାକୁ ପଞ୍ଚାୟତ ନିର୍ବାଚନରେ ଇସ୍ୟୁ କରିବା ବି ବିଚିତ୍ର ନୁହେଁ ।

ଅନ୍ୟ ପକ୍ଷରେ ବିଜେଡି ଯେଉଁ ଗୋଟିଏ ଆସନରେ ଜିତିବା ନିଶ୍ଚିତ ସେଇ ଆସନରୁ କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ଦଳର ଭବିଷ୍ୟତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଦଳ କ୍ଷମତାରୁ ଯିବା ପରେ ଏବେ ସଙ୍କଟ ଦେଇ ଗତି କରୁଛି । ଏପରି ସ୍ଥଳେ ଦଳ ସଭାପତି ନବୀନ ପଟ୍ଟନାୟକ କି ନିଷ୍ପତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି । ଦଳ ଲୋକସଭାରେ ପ୍ରତିନିଧିତ୍ୱ କରୁ ନଥିଲା ବେଳେ କେବଳ ରାଜ୍ୟସଭାରେ ଦଳର ସଦସ୍ୟ ଅଛନ୍ତି । ତେଣୁ ରାଜ୍ୟସଭାକୁ ଯିବା ପାଇଁ ଗୋଡ଼ଟେକି ବସିଥିବା ନେତାଙ୍କ ମଧ୍ୟରୁ କାହାକୁ ନବୀନ ସୁଯୋଗ ଦେବେ ତାହା ବେଶ ପ୍ରଣିଧାନ ଯୋଗ୍ୟ । ବର୍ତ୍ତମାନ ସମୟରେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ସୁଯୋଗ ଦେବା ଦଳ ପାଇଁ ବିପଦର କାରଣ ମଧ୍ୟ ହୋଇପାରେ । ତେଣୁ ନବୀନ ମାପିଚୁପି ପଦକ୍ଷେପ ନେବା ଜରୁରୀ । ବିବାଦରୁ ଦୂରରେ ଥିବା ଓ ଦଳ ପାଇଁ ନିଷ୍ଠାର ସହିତ କାମ କରୁଥିବା ଜଣେ ଯୁବ ନେତାଙ୍କୁ ରାଜ୍ୟସଭାକୁ ପଠାଇବା ଉଚିତ ହେବ ବୋଲି ରାଜନୈତିକ ବ୍ୟକ୍ତି ମତ ପୋଷଣ କରିଛନ୍ତି । ବିଧାନସଭାରେ କଂଗ୍ରେସ ଦଳର ଯେଉଁ ସ୍ଥିତି ସେ ନିଜର ପ୍ରାର୍ଥୀ ଦେବାକୁ ମଧ୍ୟ ଅସମର୍ଥ ।

Leave a comment

Your email address will not be published. Required fields are marked *