ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଗ୍ରୀଡ଼ ସମ୍ମୁଖ ପିଚୁ ରାସ୍ତା ଉପରେ ପାଣି ଲହଡି ମାରୁଛି । ଦୈନିକ ଏହି ପାଣି ପିଚୁ ଉପରେ ଜମି ରହୁଥିବାରୁ ପିଚୁ ମଧ୍ୟ ନଷ୍ଟ ହେଉଛି । ଗ୍ରୀଡ଼ ଭିତରୁ ଏକ ପାଇପ ଯୋଗେ ଏହି ପାଣି ରାସ୍ତା ଉପରେ ଛଡା ଯାଉଛି । ରାସ୍ତା କଡରେ ଡ୍ରେନ ଥିଲା ବେଳେ ଏହି ପାଣି କିଭଳି ଡ୍ରେନକୁ ଯିବ ସେ ନେଇ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।




















