ଓଡ଼ିଶା ଲିଡ୍ସ(ବ୍ୟୁରୋ): ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷାଧିକାରୀଙ୍କ ହିସାବ ରକ୍ଷକ । ବିଦ୍ଯାଳୟର ୧ ଲକ୍ଷ ୯୩ ହଜାର ଟଙ୍କା ଡ୍ରେସ ବିଲ ପାସ୍ କରାଇ ଦେବାକୁ କହି ୨୦ ହଜାର ଟଙ୍କା ନେଉଥିଲେ ହିସାବ ରକ୍ଷକ । ହିସାବରକ୍ଷକ ହେଲେ ମହମ୍ମଦ ଫିରୋଜ ଖାନ। ନହୁଣି ଗାଁଡ଼ର ବାବା ଦଧିବାମନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପାଞ୍ଚଟି ବିଦ୍ୟାଳୟରେ ଏଲିମେଣ୍ଟାରୀ ଡ୍ରେସ ବଣ୍ଟନ କରିଥିଲେ । ଏହି ଡ୍ରେସ ବିଲ କରିବା ଲାଗି ପୂର୍ବରୁ ଫିରୋଜ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଆଉ ୨ଟି ସ୍କୁଲର ବିଲ କରିବା ଲାଗି ସେ ୨୭ ହଜାର ଟଙ୍କା ମାଗିଥିଲେ। ଆଜି ବିଲ କରାଇଦେବାକୁ ବିଇଓ କାର୍ଯ୍ୟାଳୟର ହିସାବ ରକ୍ଷକ ଫିରୋଜ ଖାନ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ ।
