ଓଡ଼ିଶା ଲିଡ୍ସ(ବ୍ୟୁରୋ): ଲୋକପ୍ରିୟ ଚଳଚ୍ଚିତ୍ର ତଥା ଟେଲିଭିଜନ ଅଭିନେତା ପଙ୍କଜ ଧୀରଙ୍କର ଆଜି ମୁମ୍ବାଇ ଠାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଭାରତର ସର୍ବାଧିକ ଲୋକପ୍ରିୟ ଧାରାବାହିକ ମହାଭାରତର କର୍ଣ୍ଣ ଭୂମିକାରେ ସେ ନିଖୁଣ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ନିକଟରେ ନିଜର ଅଭିନୟ ଛାପ ଛାଡିଥିଲେ । ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତକୁ ଛାଡି ସାରା ଦେଶର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।




















