ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶୀତ ଚାଦର ସାରା ଓଡ଼ିଶାକୁ ଏବେ ଘୋଡାଇ ରଖିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢୁଥିଲା ବେଳେ ଏହା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ରାତି ନୁହେଁ ଦିନର ତାପମାତ୍ରା ମଧ୍ୟ ବେଶ ଖସି ଯାଇଛି । ସଂଧ୍ୟା ପରଠାରୁ ଶୀତର ପ୍ରକୋପ ବଢୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଖସୁଥିଲା ବେଳେ ଗତ କାଲି କୋରାପୁଟ ସେମିଳିଗୁଡା ତାପମାତ୍ରା ୩.୫ ରେକର୍ଡ ହୋଇଛି । ଏହି ତାପମାତ୍ରା ହ୍ରାସ ଫଳରେ ସନ୍ଧ୍ୟା ପରେ ରାସ୍ତାଘାଟରେ ଚଳପ୍ରଚଳ କମି ଯାଉଛି ।




















