ଓଡ଼ିଶା ଲିଡ୍ସ(ଯାଜପୁର): ଆଙ୍କୁଲା-ପାଣିକୋଇଲି ରାସ୍ତାର ବୁଢା ନଦୀ ଉପରେ ଥିବା ଅଡଙ୍ଗ ସେତୁଟି ଶୋଚନୀୟ ହୋଇ ପଡିଛି । ରକ୍ଷଣା ବେକ୍ଷଣ ଅଭାବରୁ ପିଲାରରେ ଥିବା ବେରିଂ ଦଵି ଯିବା କାରଣରୁ ସ୍ଲାପରେ ଫାଟ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।
ଏହି ସେତୁ ଦୀର୍ଘବର୍ଷ ହେଲା ଗ୍ରୀଡିଙ୍ଗ ମଧ୍ୟ ହୋଇ ନାହିଁ । ଫଳରେ ସେତୁ ଉପରେ ଛୋଟ ବଡ଼ ଖାଲ ସୃଷ୍ଟି ହୋଇଛି । ଏହି ସେତୁ ଉପରେ ଆଖ ପାଖ ୮ଗୋଟି ପଞ୍ଚାୟତ ନିର୍ଭର କରନ୍ତି । ଏହା ସହିତ ସହିତ ୫୩ ନମ୍ବର ଜାତୀୟ ରାଜପଥ ଠାରୁ ଯାଜପୁର ସଦର ମହକୁମାକୁ ରାସ୍ତା ରହିଛି। ଏହି ସେତୁ ଦେଇ ଦୈନିକ ଶହ ଶହ ଗାଡି ମୋଟର ଯିବା ଆସିବା କରନ୍ତି । ଏହା ସହିତ ବହୁ ସଂଖ୍ୟାରେ ଭାରିଯାନ ମଧ୍ୟ ଗତାଗତ କରୁଛି । ସେଥି ମଧ୍ୟରୁ ବାଲି ବୋଝେଇ ଗାଡି ଅନ୍ୟତମ । ବାଲି ବୋଝେଇ ଟ୍ରକ ଯିବା ଦ୍ୱାରା ଏହି ସେତୁ ଉପରେ ଅଧିକ ଚାପ ସୃଷ୍ଟି ହେଉଛି । ଦୈନିକ ବାଲି ଗାଡି ଗତାଗତ କରିବା ଦ୍ୱାରା ସେତୁ ଉପରେ ବିପୁଳ ପରିମାଣର ବାଲି ଗଦା ହୋଇ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ବିଭିନ୍ନ ବାଇକ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ସେତୁର ମରାମତି କରିବା ସହିତ ଗଦା ହୋଇଥିବା ବାଲିକୁ ସଫା କରିବାକୁ ସାଧାରଣରେ ଦାବି ହୋଇଛି ।
