ଓଡ଼ିଶା ଲିଡ୍ସ(ଯାଜପୁର): ଇଂରାଜୀ ନବବର୍ଷ ୨୦୨୬ ଅବସରରେ ସୁକିନ୍ଦାର ଶ୍ରମିକ ଭାଇ ଭଉଣୀଙ୍କ ସହିତ ମିଶି ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଓସ୍ତପାଳ ବେଦାନ୍ତ ଶ୍ରମିକ ଭାଇ ଭଉଣୀମାନଙ୍କ ଦ୍ୱାରା ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ଇଂ ଘଡାଇ କହିଥିଲେ ସୁକିନ୍ଦାର ଶ୍ରମିକ ଭାଇ ଭଉଣୀ ମାନେ ସୁକିନ୍ଦା ବିକାଶର କର୍ଣ୍ଣଧାର । ସେମାନଙ୍କ ବିନା ସୁକିନ୍ଦା ବିକାଶ ଅସମ୍ଭବ । ସୁକିନ୍ଦାର ଶ୍ରମିକମାନଙ୍କ ଏକତା, ସମର୍ପଣ ଓ ସଂଘର୍ଷ ଭାବନା ମୋତେ ଗର୍ବିତ କରିବା ସହିତ ପ୍ରେରଣା ପ୍ରଦାନ କରେ । ଏହି ଅବସରରେ ସେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ସୁସ୍ଥତା କାମନା କରିଥିଲେ । ଶ୍ରମିକ ମାନଙ୍କ ପକ୍ଷରୁ ପୂର୍ବତନ ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।




















