ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିଜର ଶବ୍ଦ ବାଣରେ ବିଜେଡିକୁ ଅସ୍ତବ୍ୟସ୍ତ କରି ଦେଇ ଦଳରୁ ନିଲମ୍ବିତ ହୋଇଥିବା ଶ୍ରୀମୟୀ ମିଶ୍ର ପୁଣି ଶବ୍ଦ ବାଣ ମାରିଛନ୍ତି । କାହାର ନାମ ନେଇ ପ୍ରଥମେ ଧୃତରାଷ୍ଟ୍ର ଆକ୍ଷେପ କରିଥିଲେ ଶ୍ରୀମୟୀ । ଏହାର କିଛିଦିନ ପରେ ଭଣ୍ଡ ସନ୍ୟାସୀ ଆକ୍ଷେପ କରିଥିଲେ । ଏହି ଦୁଇଟି ଶବ୍ଦ ବିଜେଡିରେ କମ୍ପନ ଶୃଷ୍ଟି କରିଥିଲା । ଦଳ ଏହାକୁ ଶ୍ରୀମୟୀଙ୍କ ବିଜେପି ପ୍ରତି ଆକ୍ଷେପ ବୋଲି କହି ଘୋଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଯାହା ପ୍ରମାଣ କରିଥିଲା ବିଜେଡିକୁ ଇଙ୍ଗିତ କରି ଶ୍ରୀମୟୀ ଏହି ଶବ୍ଦ ବାଣ ପ୍ରୟୋଗ କରିଥିଲେ ।
ଏହା ପରେ ମଧ୍ୟ ଶ୍ରୀମୟୀ ଚୁପ ବସି ନାହାନ୍ତି । ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସମୟରେ ଗଣ ମାଧ୍ୟମ ସମ୍ମୁଖରେ ପୁଣି ଶବ୍ଦ ବାଣ ମାରିଛନ୍ତି । ଏଥର ସେ ବାବା ଭୈରବ ଶବ୍ଦର ତୀର ମାରିଛନ୍ତି । କାହାର ନା ନନେଇ ଏହି ଶବ୍ଦ ପ୍ରୟୋଗ କରିଥିଲା ବେଳେ ସେ କାହାକୁ ଇଙ୍ଗିତ କରି ଏହି ଶବ୍ଦ ବାଣ ପ୍ରୟୋଗ କରିଛନ୍ତି ତାହା ଆଗାମି ଦିନରେ ଷ୍ପଷ୍ଟ ହେବ ।




















