ଓଡ଼ିଶା ଲିଡ୍ସ(ସୁକିନ୍ଦା): ଆଜି ସକାଳୁ ସୁକିନ୍ଦା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ ଧାରୁଆ ଅସ୍ତ୍ରରେ ବେକକୁ କାଟି ରାସ୍ତା କଡରେ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି । ଏହି ଘଟଣା ସୁକିନ୍ଦା ଥାନା ଅନ୍ତର୍ଗତ ମାଟିଗାଡ଼ିଆ ଗ୍ରାମରେ ଘଟିଛି। ମୃତ ବ୍ୟକ୍ତି ଜଣକ ଦଶରଥ ବେହେରା ବୋଲି ଜଣା ଯାଇଛି । ମୃତ ଦଶରଥ ମାଟିଗାଡ଼ିଆ ଗ୍ରାମରେ ସପରିବାର ସହ ରହୁଥିଲେ । ତାଙ୍କର ଦୁଇଜଣ ପୁଅ, ଜଣେ ଝିଅ ଅଛନ୍ତି । ଝିଅ ବିବାହିତ ହୋଇଥିଲା ବେଳେ ସାନ ପୁଅ କେନ୍ଦୁଝରରେ ଚାକିରୀ କରନ୍ତି । ଦଶରଥ ଏବଂ ତାଙ୍କ ବଡ଼ ପୁଅ ନିଜ ଗ୍ରାମରେ ରହୁଥିଲା ବେଳେ ତାଙ୍କର ଏକ ଗ୍ରୋସରି ରହିଛି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦଶରଥ ଜଣେ ଭଦ୍ର ଏବଂ ମିଷ୍ଟ ଭାଷୀ ବ୍ୟକ୍ତି । ତାଙ୍କର କାହା ସହିତ କୌଣସି ଶତ୍ରୁତା ମଧ୍ୟ ନଥିଲା । ଏନେଇ ଗ୍ରାମବାସୀ ସୁକିନ୍ଦା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଏ କାହିଁକି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ତାହା ଆଲୋଚନାର ବିଷୟ ହୋଇଛି ।




















