ଓଡ଼ିଶା ଲିଡ୍ସ(ସୁକିନ୍ଦା):ସୁକିନ୍ଦା ମହାବିଦ୍ୟାଳୟର ୪୭ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ କାଲି ଓ ଆଜି ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନ ଦିବସରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ସୁକିନ୍ଦାର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରାଈଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମଶାଲରେ ଅଗ୍ନି ସଂଯୋଗ ପରେ ମସାଲକୁ ଶୋଭାଯାତ୍ରାରେ ଆଣି ମହାବିଦ୍ୟାଳୟକୁ ଆସିଥିଲେ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ଵିବେଦୀ ମଶାଲକୁ ଗ୍ରହଣ କରିଥିଲେ । କ୍ରୀଡା ପତାକା ଉତ୍ତୋଳନ ସହିତ ଛାତ୍ରଛାତ୍ରୀ ମାନେ ଶପଥ ପାଠ କରିଥିଲେ। କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରି ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ସୁସ୍ଥ ଶରୀର ଓ ମନ ପାଇଁ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଆବଶ୍ୟକତା ବିଷୟରେ କହିଥିଲେ। କ୍ରୀଡା ଶିକ୍ଷକ କାଳନ୍ଦୀ ଚରଣ ସାହୁ, ସଞ୍ଜୟ କୁମାର ବାରିକ, ଗଣେଶ୍ୱର ବେହେରା, କୈଳାସ ମହାପାତ୍ର, ଅଜିତ କୁମାର ପାଲଙ୍କ ପରିଚାଳନା ଓ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହଯୋଗ ରେ ଦୁଇ ଦିନ ଧରି ବିଭିନ୍ନ ପ୍ରକାର ଦୌଡ କୁଦ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ଶେଷ ରେ ଅଧ୍ୟକ୍ଷ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ଦୁଇ ଦିନର ଏହି କ୍ରୀଡା ପ୍ରତିଯୋଗିତାରେ କ୍ରୀଡା ସଂସଦର ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ପ୍ରାଧ୍ୟାପକ ଶିତିକଣ୍ଠ ଦାସ, ରାଜେନ୍ଦ୍ର ନାରାୟଣ ରାଉଳ, ଅଧ୍ୟାପକ ହାଡିବନ୍ଧୁ ଦାସ, ପାଣ୍ଡବ ଚରଣ ବେହେରା, ବୈଲୋଚନ ମଲିକ, ସୁଶାନ୍ତ କୁମାର ବେହେରା, ଦିବ୍ୟଜ୍ୟୋତି ନାୟକ, ପ୍ରେମାନନ୍ଦ ପତି, ଜାଭେଦ ଇକବଲ୍, ସଞ୍ଜୟ ସାମଲ, ପ୍ରଶାନ୍ତ ମହାରଣା, ମନୀନ୍ଦ୍ର ହନହାଗା, ଦେବେନ୍ଦ୍ର ନାୟକ, ମନୋଜ ମହାରଣା, ଅରୁଣ କୁମାର ସ୍ବାଇଁ, ମାଧବାନନ୍ଦ ବାରିକ, ଗିରିଜା ପ୍ରସନ୍ନ ପଟ୍ଟନାୟକ, ଆପୁଲ ଜେନା, କବିତା ପୃଷ୍ଟି, ସୁଚିତ୍ରା ଦାସ, ପୁଷ୍ପାଞ୍ଜଳି ସାହୁ, ଫୁର୍କାନ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ।




















