ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ଏକ ସଡ଼କ ଦୁର୍ଘଟଣାରେ ରାଁସୋଳ ପଞ୍ଚାୟତର କାଦୁଅବନ୍ଦୀ ଗ୍ରାମର ବିଶ୍ଵନାଥ ମହାନ୍ତ (ବିଶୁ) ଏବଂ ମହୁଲଖାଲ ଗ୍ରାମର ସଂଜୟ କୁମାର ମହାନ୍ତ(ଗେଡୁ)ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଶ୍ମଶାନ ଘାଟରେ ପହଁଚି ଶେଷ ଦର୍ଶନ କରିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରୁ ଉଭୟଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକଙ୍କ ପାଇଁ ଖଣି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
