ଓଡ଼ିଶା ଲିଡ୍ସ(ଯାଜପୁର): କୋରେଇ ପୂର୍ବତନ ବିଧାୟିକା ସ୍ୱର୍ଗତା ସଞ୍ଚିତା ମହାନ୍ତିଙ୍କ ସ୍ମୃତି ଚାରଣ ସଭା ଆଜି ଅନୁଷ୍ଠିତ ହୋଇ ଯାଇଛି । କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଆବାହକତ୍ୱରେ ବ୍ୟାସଦେବ ଟାଉନ ହଲ ଠାରେ ଏହି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେଇଥିଲା । ଏହି ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ବ୍ୟାସନଗର ପୋୖରାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ପୂର୍ବତନ କାଉନସେଲର ରସାନନ୍ଦ ମହାନ୍ତି, ବରିଷ୍ଠ ବିଜେପି ନେତା ଗୌତମ ରାୟ, ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ବରିଷ୍ଠ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ସତ୍ୟନାରାୟଣ ମହାନ୍ତି, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ବ୍ୟାସନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସଞ୍ଚିତା ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । ବିଧାୟକ ଆକାଶ ଦାସ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।




















