ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏହି ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।
ତାଙ୍କ ଦେହାନ୍ତ ଓଡ଼ିଶା ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ତାଙ୍କ ସୁମଧୁର କଣ୍ଠରେ ସୃଷ୍ଟି ଅନେକ ଗୀତ ଦର୍ଶକମାନଙ୍କ ହୃଦୟକୁ ଛୁଇଁଥିବା ବେଳେ ସେ ସଦାସର୍ବଦା ମନେ ରହିବେ ।
ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।




















