ଓଡ଼ିଶା ଲିଡ୍ସ(ସୁକିନ୍ଦା): ନିମ୍ନ ମାନର ପିଚୁ କାମ ଯୋଗୁ ପିଚୁ ପଡିବାର ଦୁଇଦିନ ମଧ୍ୟରେ ପିଚୁ ଉଠିଗଲା । ସୁକିନ୍ଦା ଗଡ ବିଜୁ ପଟ୍ଟନାୟକ ଛକ ଠାରୁ ରଥ ଛକ ପର୍ଯ୍ୟନ୍ତ ରାସ୍ତାରେ ଏହା ଦେଖିବାକୁ ମିଳିଛି । ଗତ ୧୧ ତାରିଖରେ ହୋଇଥିବା ପିଚୁ କାମ ନିମ୍ନ ମାନର ଯୋଗୁ ଦୁଇ ଦିନ ନପୁରୁଣୁ ଉଠି ଗଲାଣି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଗତ ୧୧ ତାରିଖ ରାତିରେ ଏହି ପିଚୁ ହୋଇଥିଲା । ପିଚୁ ପଡିଲା ବେଳେ ଠିକାଦାର ଓ ଯନ୍ତ୍ରୀ ଅନୁପସ୍ଥିତ ଥିବାର ଅଭିଯୋଗ ହୋଇଛି । ନିମ୍ନ ମାନର ପିଚୁ କାମକୁ ସ୍ଥାନୀୟ ଯୁବକ ମାନେ ବିରୋଧ କରିବା ସହିତ କାମ ବନ୍ଦ ମଧ୍ୟ କରିଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ସହକାରୀ ଯନ୍ତ୍ରୀ ଏ କାମ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଯୁବକ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏହି କାର୍ଯ୍ୟର ତଦାରଖ କରିବାକୁ ଦାବି ହୋଇଛି ।




















