ଓଡ଼ିଶା ଲିଡ୍ସ(ସୁକିନ୍ଦା): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରତିଭା ନାଟ୍ୟ ପରିଷଦ ଏବଂ ଉତ୍କଳ ନାଟ୍ୟମ ପ୍ରଯୋଜନାରେ ଓଡ଼ିଶା ପ୍ରତିଭା ସମ୍ମାନ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ପୁର୍ବତନ କୁଳପତି ଡକ୍ଟର କୁମରବର ଦାସ, ନାଟ୍ୟକାର ମାୟା ଦାଶ, ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଦିପ୍ତିରଞ୍ଜନ୍ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସୁକିନ୍ଦା ଭାରତୀ ବିହାର ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଦୀପ କୁମାର ପ୍ରଧାନଙ୍କୁ “ଓଡ଼ିଶା ଯୁବ ନାଟ୍ୟ ପ୍ରତିଭା ସମ୍ମାନ ୨୦୨୫”ରେ ସମ୍ମାନିତ କରାଯାଇଛି l ସମ୍ମାନିତ ହେଲା ପରେ ଅଧ୍ୟାପନା ସହ କଳା, ସଂସ୍କୃତି, ଅଭିନୟ, ସଙ୍ଗୀତ ଓ ଜାତୀୟ ସେବା ଯୋଜନାରେ ଆଗକୁ ଆହୁରି ଅଧିକ କାମ କରିବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।




















