ଓଡ଼ିଶା ଲିଡ୍ସ(ଯାଜପୁର): ୨୦ ନମ୍ବର ଜାତୀୟ ରାଜପଥର ବୁଢା ସେତୁ ଠାରୁ ମାନସା ପୋଲ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା । ଏ ନେଇ ଓଡ଼ିଶା ଲିଡ୍ସରେ ଖବର ପ୍ରସାରଣ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାକୁ ପୁନଃ ପିଚୁ କରାଯାଉଛି । ହେଲେ ପିଚୁ କାମ ନିମ୍ନ ମାନର ହେଉଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଫଳରେ ଏଭଳି ନିମ୍ନ ମାନର କାମ ହେଉଥିବା ନେଇ ଚର୍ଚ୍ଚା ହେଉଛି । ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ୨୦ ନମ୍ବର ଜାତୀୟ ରାଜପଥ ମାନ୍ୟତା ପାଇଥିଲା ବେଳେ କୁଆଖିଆରୁ ଯାଜପୁର ସଦର ମହକୁମା ଦେଇ ଏହି ରାସ୍ତା ଧାମରା ଯିବାର ପରିକଳ୍ପନା ହୋଇଛି । ଏହି ରାସ୍ତା ଉପରେ ଜିଲାର ୭୫ ଭାଗରୁ ଅଧିକ ଲୋକ ନିର୍ଭର ଶୀଳ । ବାଲି ବୋଝେଇ ହାଇୱା ଗତାଗତ କରି ଏହି ରାସ୍ତାକୁ ଶୋଚନୀୟ କରି ଦେଇଛି । ଏବେ ବହୁ ଦାବି ପରେ ଏହାକୁ ପୁନଃ ପିଚୁ କରାଯାଉଛି । କିଛି ଅଂଶ ପିଚୁ ମଧ୍ୟ ହୋଇ ସାରିଛି । ହେଲେ ହୋଇଥିବା ପିଚୁ କାମ ଅତି ନିମ୍ନ ମାନର ଦେଖିବାକୁ ମିଳିଛି । କିଛି ସ୍ଥାନରୁ ପିଚୁ ଉଠିବା ଆରମ୍ଭ କରିଥିଲା ବେଳେ ରାସ୍ତାର କିଛି ସ୍ଥାନରେ ପିଚୁ ପଡି ନଥିବା ବି ଦେଖା ଯାଇଛି । ପିଚୁ କାମ ବେଳେ ରାସ୍ତାସରେ ଯେତିକି ମୋଟେଇର ପିଚୁ ପକାଇବା କଥା ତାହା ପଡି ନାହିଁ । ଏ ନେଇ ବିଭାଗୀୟ ଅଧିକାରୀ ତଦନ୍ତ କରିବା ସହିତ ଏହି ବ୍ୟସ୍ତ ବହୁଳ ରାସ୍ତାର ପିଚୁକୁ ନିୟମ ଅନୁଯାୟୀ କରିବାକୁ ଦାବି ହୋଇଛି ।
