ଫିଲ୍ମ ‘ଛାବା’କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ ‘ପୁଷ୍ପା-୨’କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ ‘ଛାବା’। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଛାବା’ ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି।
ସୂଚନାନୁସାରେ, ‘ଛାବା’ ପ୍ରଥମ ଦିନରେ ୩୧ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ୩୭କୋଟି ଏବଂ ୪୮.୫ କୋଟି ରୋଜଗାର କରିଥିଲା। ଫିଲ୍ମଟି ଚତୁର୍ଥ ଦିନରେ ୨୪ କୋଟି, ପଞ୍ଚମ ଦିନରେ ୨୫.୨୫ କୋଟି, ଷଷ୍ଠ ଦିନରେ ୩୨ କୋଟି ଏବଂ ସପ୍ତମ ଦିନରେ ୨୧.୫ କୋଟି ଟଙ୍କା ରୋଜଗାର କରିଥିଲା। ପ୍ରଥମ ସପ୍ତାହରେ ଫିଲ୍ମର ମୋଟ କଲେକ୍ସନ୍ ୨୧୯.୨୫ କୋଟି ଟଙ୍କା ହୋଇଥିଲା।
ଆପଣଙ୍କୁ କହି ରଖୁଛୁ ଯେ, ‘ଛାବା’ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମରେ ଭିକି କୌଶଲ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯେତେବେଳେ ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହ ଅକ୍ଷୟ ଖନ୍ନା, ଆଶୁତୋଷ ରାଣା ଏବଂ ବିନୀତ କୁମାର ସିଂହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।