ଓଡ଼ିଶା ଲିଡ୍ସ(ଯାଜପୁର): ଆଜିର ବାଦଲ ଫଟା ଅବିଶ୍ରାନ୍ତ ବର୍ଷା ଯାଜପୁର ସହରକୁ ଏକ ପ୍ରକାର ଜଳବନ୍ଦୀ କରିଦେଇଥିଲା ବେଳେ ପୁରାତନ ପ୍ରସିଦ୍ଧ ବରାହ ମନ୍ଦିରର ଗର୍ଭଗୃହରେ ବର୍ଷା ଜଳ ଲହଡ଼ି ଭାଙ୍ଗିଛି । ଗର୍ଭଗୃହରେ ଆଣ୍ଠୁଏ ଉପରେ ପାଣି ଜମି ରହିଥିଲା । ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଜଳ ମନ୍ଦିର ଗର୍ଭଗୃହ ସହିତ ବେଢାରେ ଜମି ରହିଥିଲା । ଆଗକୁ କିଭଳି ଅଧିକ ବର୍ଷା ହେଲେ ଗର୍ଭଗୃହରେ ବର୍ଷା ଜଳ ପ୍ରବେଶ କରିବ ନାହିଁ ଓ ବର୍ଷା ଜଳ କିଭଳି ନିଷ୍କାସିତ ହେବ ସେ ନେଇ ପ୍ରଶାସନ ସ୍ୱତନ୍ତ୍ର ଯୋଜନା କରିବାକୁ ବୁଦ୍ଧିଜୀବିଙ୍କ ସହିତ ଶ୍ରଦ୍ଧାଳୁ ଓ ସେବାୟତ ମାନେ ଦାବି କରିଛନ୍ତି ।
