ଓଡ଼ିଶା ଲିଡ୍ସ(ବ୍ୟୁରୋ): ନାବାଳିକା ଦୁଷ୍କର୍ମ ମାମଲାରେ ଅମରେଶ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।୨୫ ହଜାର ଟଙ୍କାର ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ସଙ୍ଗିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅମରେଶ ଫେରାର ହୋଇ ଯାଇଥିଲେ । ପୋଲିସ ମୋବାଇଲ ଟ୍ରାକିଂ କରି ତାଙ୍କୁ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରି ଭୁବନେଶ୍ବର ଆଣି କୋର୍ଟରେ ହାଜିର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା।




















