ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁରୀ ଗଜପତି ମହାରାଜଙ୍କ ସାନ ଭାଇ ତଥା ଥାଟରାଜାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ପୁରୀର ଥାଟରାଜା ତଥା ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଗଭୀର ମର୍ମାହତ। ଦିବଂଗତ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।
