ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ଦୁର୍ଗା ପୂଜା ଅବସରରେ ଦାନଗଦି ଓ ସୁକିନ୍ଦା ବ୍ଳକର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ଦେବୀ ଦର୍ଶନ କରିବା ସହିତ ସୁକିନ୍ଦାବାସୀ ଓ ରାଜ୍ୟବାସୀଙ୍କ ଶୁଖ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଉଭୟ ବ୍ଳକର ପୂଜା ମଣ୍ଡପକୁ ଦର୍ଶନ ପାଇଁ ଯିବା ବେଳେ କମିଟି ଗୁଡିକ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କମିଟିର ସଦସ୍ୟଙ୍କ ସହିତ ଗ୍ରାମର ମୁରବି ମାନେ ତାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।




















