ଓଡ଼ିଶା ଲିଡ୍ସ(ଯାଜପୁର): ଗଣପର୍ବ ରଜ ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଙ୍କିଆ ସ୍ଥିତ ମାତଙ୍କ ୠଷି ରାମ ମନ୍ଦିରଠାରେ ନାମ ସଂକୀର୍ତ୍ତନ ମହାକୁମ୍ଭର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ ହେଉଛି । ରଜ ତିନି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ୨ୟ ଦିବସରେ ଯୋଗଦାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ନିଜକୁ ସାମିଲ୍ କରି ଆଶିର୍ବାଦ ଭିକ୍ଷା କରିଥିଲେ । ତାଙ୍କ ସହିତ ସୁକିନ୍ଦା ବିଜୁ ଜନତା ଦଳର ସଭାପତି ବିବେକାନନ୍ଦ ବୋଷ ମଧ୍ୟ ଯୋଗଦାନ କରିଥିଲେ ।
