ଓଡ଼ିଶା ଲିଡ୍ସ(ଯାଜପୁର): ଅନୁଷ୍ଠିତ ହୋଇ ଯାଇଛି ଯାଜପୁର ପ୍ରସିଦ୍ଧ ବାଲି ମେଲଣ । ବିଭିନ୍ନ ସ୍ଥାନରୁ ଆସିଥିବା ଦୋଳ ବିମାନ ସଂଧ୍ୟାରୁ ନାମ ସଂକୀର୍ତ୍ତନ କରି ବରାହ ମନ୍ଦିର ନିକଟ ବାରୁଣୀ ପଡ଼ିଆରେ ପହଞ୍ଚିଥିଲେ । ଭଗବାନ ଭକ୍ତଙ୍କ ସହିତ ଫଗୁ ଖେଳିଥିଲେ । ନାମ ସଂକୀର୍ତ୍ତନ ମଧ୍ୟରେ ରାଧା କୃଷ୍ଣଙ୍କୁ ବିମାନରେ ବସାଇ ଅବିର ଖେଳି ଭକ୍ତ ତନ୍ମୟ ହୋଇ ପଡ଼ିଥିଲା । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା ବାଲି ମେଲଣରେ । ସଂଧ୍ୟାରୁ ଡେରି ରାତି ପର୍ଯ୍ୟନ୍ତ ଏହି ମେଲଣ ଚାଲିଥିଲା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମେଲଣରେ ସାମିଲ ହୋଇଥିଲେ । ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲା ।
