ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶୁକ୍ରବାର ଦିନ ସଂଧ୍ୟା ପ୍ରାୟ ୫ଘଟିକା ସମୟରେ ଧର୍ମଶାଳା ବ୍ଲକ ବୁରୁସାହି ଗ୍ରାମର ଦୁଇ ଆଦିବାସୀ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି । ମୃତ ନାବାଳକ ଦୁଇଜଣ ହେଲେ
ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର ୧୨ ବର୍ଷ ଓ ଅର୍ଜୁନ ହେମ୍ବ୍ରମଙ୍କ ପୁଅ ତାରା ହେମ୍ବ୍ରମ ୧୩ ବର୍ଷ । ଉଭୟ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଥିଲା ବେଳେ ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିବା ସହିତ ଉଭୟଙ୍କ ପରିବାର ପ୍ରତି ଗଭିର ସମବେଦନା ଜଣାଇଛନ୍ତି ।
