ଓଡିଶା ଲିଡ୍ସ(ଯାଜପୁର): ଗତକାଲି ରାତିରେ ଜାରକା ଶାନ୍ତିବଜାର ସ୍ଥିତ ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ କଳାକାର ମହାନ୍ତିଙ୍କ ଘରେ ଭଡା ରହୁଥିବା ଚଣ୍ଡିଖୋଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର କୈବଲ୍ୟ ପଣ୍ଡାଙ୍କ ଘରୁ ଲୁଟ ହୋଇଛି । ସିସିଟିଭି ଫୁଟେଜ ଅନୁଯାୟୀ ଏକ ନାଲି କାର ଯୋଗେ ୩ଜଣ ଲୁଟେରା ଆସି ଝରକା ଦେଇ ଘରେ ପଶି ଲୁଟ କରିଛନ୍ତି । ରାତି ୧୨ଟା୫୦ ରୁ ୨ଟା ପର୍ଯ୍ୟନ୍ତ ଲୁଟେରା ଉକ୍ତ କଲୋନୀ ଭିତରେ ଥିବା ସିସିଟିଭିରେ କଏଦ ହୋଇଛି। ଲୁଟେରା ଶ୍ରୀ ପଣ୍ଡାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
