ଓଡ଼ିଶା ଲିଡ୍ସ(ଯାଜପୁର): କାଳିଆପାଣି ପଞ୍ଚାୟତର ବିଜୁ ଜନତା ଦଳର ଯୁବ ସଂଗଠକ ମନୋଜ କୁମାର ମେଲସାଣ୍ଡିଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ପତ୍ନୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ।ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଡ଼ଃ ଘଡାଇ




















