ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତା ଠାରୁ ସୁରକ୍ଷା, ଭଲପାଇବାର ଆଶା ରଖୁଥିଲା ବେଳେ ଭାଇର ମଧ୍ୟ ମଙ୍ଗଳ କାମନା କରେ । ରାକ୍ଷୀ ପୂର୍ଣ୍ଣିମା ପାଇଁ ଯାଜପୁର ସହରରେ ଗତକାଲି ଠାରୁ ମିଠା ଦୋକାନ ଗୁଡିକରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ଯେମିତି ଭିଡ଼ ଥିଲା ଆଜି ସକାଳୁ ମଧ୍ୟ ସେମିତି ଭିଡ଼ ଦେଖିବାକୁ ମିଳିଥିଲା ।
